ନନ୍ଦିଘୋର ଗ୍ରାମ ବାସୀଙ୍କ ବେଆୟିନ ବାଲିଘାଟ ବିରୁଦ୍ଧରେ ରେ ତହସିଲ ସାମ୍ନା ରେ ଧାରଣା l
April 24, 2026
0
ଗଞ୍ଜାମ ଜିଲ୍ଲାର ଧରାକୋଟ ତହସିଲ ଅଧିନରେ ଥିବା ଋଷିକୁଲ୍ୟା ନଦୀର କପିଳାସ ସେଣ୍ଡବେଡ ରୁ ବେଆଇନ ଭାବେ ଚାଲିଥିବା ବାଲି ଉତ୍ତୋଳନ କୁନେଇ ନନ୍ଦି ଗୋର ଗ୍ରାମ ବାସି ଗତ ରବିବାର ସନ୍ଧ୍ୟାରେ ବଳପୂର୍ବକ ବାଲିଘାଟ ରେ ଥିବା ଦୁଇଟି ହିଟାଚି ମେସିନ କୁ ଜବରଦସ୍ତ ବନ୍ଦ କରିବା ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବରପାଇ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି,କନିଷ୍ଟ ଖଣି ଅଧିକାରୀ ଜିତେନ୍ଦ୍ର କୁମାର ଜେନା,ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ ପ୍ରମୁଖ ନଦୀ ଶଯ୍ୟାରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହି ବିବାଦୀୟ ଘଟଣାର କୌଣସି ସମାଧାନ ହୋଇନପାରିବାରୁ ଗତ ବୁଧବାର ଦିନ ନନ୍ଦିଗୋର ଗାଁ ଲୋକେ ତହସିଲ କାର୍ଯ୍ୟଳୟରେ ପହଞ୍ଚି ନାରାବାଜି କରିଥିଲେ। ତହସିଲଦାର ଙ୍କ ଅନୁପସ୍ଥିତିରେ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରି ଫେରିଥିଲେ । ଘଟଣାର ଗୁରୁତ୍ୱ ଉପଲବ୍ଧ କରି ତହସିଲଦାର ଆଜି ଶୁକ୍ର ବାର ଦିନ ତହସିଲ କାର୍ଯ୍ୟଳୟରେ ଜିଲ୍ଲା ଖଣି ଅଧିକାରୀ,ଧରାକୋଟ ଥାନା ଅଧିକାରୀ,କପିଳାସ ସେଣ୍ଡବେଡ ଲିଜଧାରି, ନନ୍ଦି ଗୋର ଗାଁ କମିଟି ସଦସ୍ୟ ଙ୍କୁ ନେଇ ଏକ ବୈଠକ ଆହ୍ୱାନ କରିଛନ୍ତି । ବୈଠକ ସମ୍ପର୍କରେ ତହସିଲଦାର ଙ୍କ ସହ ଯୋଗାଯୋଗ ବେଳେ ସମସ୍ତେ ବୈଠକରେ ନିଜ ନିଜର ସମସ୍ୟା ଉପସ୍ଥାପନ କରିବେ ଏବଂ ଏହା ସମ୍ପର୍କରେ ଆଲୋଚନା କରାଯାଇ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଏଣୁ ଆଜିର ବୈଠକ ବେଶ ଗୁରୁତ୍ବ ବହନ କରୁଛି।
Tags


